ଛାଡପତ୍ର ପରେ ଏ.ଆର ରେହମାନଙ୍କ ସପୋର୍ଟରେ ବାହାରିଲେ ପୂର୍ବ ପତ୍ନୀ, କହିଲେ-ଦୁନିଆର ସବୁଠୁ ଭଲ ବ୍ୟକ୍ତି

Published By : Prameya-News7 Bureau | November 25, 2024 IST

ମୁମ୍ଵାଇ ୨୫।୧୧; ଓସ୍କାର ବିଜେତା ତଥା ମ୍ୟୁଜିକ କମ୍ପୋଜର ଏ.ଆର୍ ରେହମାନ। ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହେବା ନେଇ ନିଜେ ଘୋଷଣା କରିଥିଲେ। ଛାଡପତ୍ର ଘୋଷଣା ହେବାର କିଛି ସମୟ ପରେ ରେହମାନ ଅନେକ ବିବାଦ ଭିତରକୁ ଆସିଥିଲେ। ଏହା ପରେ ସେ ଏକ ଆଇନଗତ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ୨୪ ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରୁ ସମସ୍ତ ବିବାଦୀୟ କଣ୍ଟେଣ୍ଟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଏ.ଆର ରହମାନଙ୍କ ପୂର୍ବ ପତ୍ନୀ ସାଇରା ବାନୁ ମଧ୍ୟ ଏହି ପ୍ରସଙ୍ଗରେ ନିଜର ବିବୃତ୍ତି ଦେଇଛନ୍ତି।

ସାଇରାଙ୍କ ଅନୁରୋଧ 

ରେହମାନଙ୍କ ଭାବମୂର୍ତ୍ତିକୁ ନଷ୍ଟ ନକରିବାକୁ ସାଇରା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ରେହମାନ ଏବଂ ତାଙ୍କ ପରିବାରକୁ ଆଘାତ ନକରିବାକୁ ୟୁଟ୍ୟୁବର୍ ଏବଂ ମିଡିଆକୁ ଅନୁରୋଧ କରିଛନ୍ତି। ଏହା ସହିତ ସାଇରା ବାନୁ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଥିଲେ। ରବିବାର ଦିନ ଏକ ଅଡିଓ ବିବୃତ୍ତିରେ ସେ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ଘରେ ରହିଆସୁଥିଲେ। ସାଇରା ବାନୁ କହିଛନ୍ତି, ମୁଁ ସାଇରା ରେହମାନ, ବର୍ତ୍ତମାନ ମୁମ୍ବାଇରେ ଅଛି। ମୁଁ ଗତ କିଛି ମାସ ଧରି ଏଠାରେ ଅଛି ।ଦୀର୍ଘ ଦିନ ଧରି ଏହିପରି ଜୀବନଯାପନ ହେତୁ ମୁଁ ଛାଡପତ୍ର ନେଇଛି। ସେ ହେଉଛନ୍ତି ଦୁନିଆର ସବଠୁ ଭଲ ବ୍ୟକ୍ତି । ମୋର ସ୍ୱାସ୍ଥ୍ୟ ସମସ୍ୟା ହେତୁ ମୁଁ ଚେନ୍ନାଇ ଯାଇପାରିଲି ନାହିଁ । ସାଇରା ବାନୁ କହିଛନ୍ତି, ମୁଁ ଚେନ୍ନାଇରେ ନାହିଁ ତେଣୁ ସାଇରା କେଉଁଠାରେ ଅଛନ୍ତି ବୋଲି ଲୋକମାନେ ପ୍ରଶ୍ନ କରୁଛନ୍ତି। ମୁଁ ଏଠାରେ ରହି ଚିକିତ୍ସା କରୁଛି।

ସାଇରା ରେହମାନଙ୍କୁ ଦୁନିଆର ସବୁଠୁ ଭଲ ବ୍ୟକ୍ତି ବୋଲି କହିଥିଲେ

ସାଇରା ତାଙ୍କୁ ରେହମାନଙ୍କୁ 'ଦୁନିଆର ସବୁଠୁ ଭଲ ବ୍ୟକ୍ତି ବୋଲି କହିଥିଲେ ଏହି କଷ୍ଟ ସମୟରେ ଉଭୟଙ୍କ ପାଇଁ ଗୋପନୀୟତା ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ ରେହମାନ ଏବଂ ସେ ଏପର୍ଯ୍ୟନ୍ତ ପ୍ରେମ କରୁଛନ୍ତି ଏବଂ ଶତପ୍ରତିଶତ ପାରସ୍ପରିକ ସହମତି ନେଇ ସେମାନଙ୍କ ନିଷ୍ପତ୍ତି ନିଆଯାଇଛି। ସେ ଜଣେ ଭଲ ମଣିଷ। ସେମାନେ ଯେମିତି ଅଛନ୍ତି, ସେପରି ରୁହନ୍ତୁ। ମୁଁ ତାଙ୍କୁ ବହୁତ ଭଲ ପାଏ । ତାଙ୍କ ନାମକୁ ଅପମାନିତ କରିବାର କୌଣସି ଆବଶ୍ୟକତା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.